Samalpuri Odia Shabdakosha (Orissa Sahitya Akademi)
Orissa Sahitya Akademi
शब्दकोश के परिचयात्मक पृष्ठों को देखने के लिए कृपया यहाँ क्लिक करें
Please click here to view the introductory pages of the dictionary
ଅ
୧. ଅଂ . ଅନିଚ୍ଛା,ଅନାଗ୍ରହ ପ୍ରକାଶକ;ସାଧାରଣତଃ ବାକ୍ୟର ଆରଂଭରେ ବ୍ୟବହୃତ l ଦୃ:ଅ,ଇ ସକାଲୁ ସକାଲୁ ମୁଇଁ ଏତେ ଧୁର୍ ନାଇଁ ଜାଇପାରେଁ l ୨. କ୍ରି. ଓଡିଶା ଭାଷାର ସାମାନ୍ୟ ବର୍ତମାନ କାଳ ୨ୟ ପୁରୁଷ ଏକବଚନ ‘ଅଟ’ର ପ୍ରତିଶବ୍ଦ l ଦୃ: ତୁମେ ଭଲ୍ ଲୋକ୍ଟେ ଅ l ୩. ଧ୍ୱ. ବାଂତି l ୪. ଶବ୍ଦ ପୂର୍ବରେ ଯୁକ୍ତ ହେବା ‘ନାହିଁ’ ଅର୍ଥକ ପୂର୍ବ-ପ୍ରତ୍ୟୟ l ଅ + ମାନ୍ତି=ଅମାନ୍ତି,ଅ + ଚଲନ୍=ଅଚଲନ;ସେହିପରି ଅଥକ୍ ଅଚିନ୍ହାର୍, ଅବେଲ୍, ଅଢଂଗ୍, ଅଜାନ୍ବାର୍, ଅଭିର ନ୍, ଅଜାନ୍ତିକେଁ, ଅସୁତ୍ରିଆ, ଅକର୍ମିଆ, ଅବେଲା l
ଅଇବ୍
ବି. ଘୃଣା
ଅଇରା
ବି.ହାଂଡି,ମାଠିଆ ଆଦି ପାତ୍ରକୁ ଭୂମି ଉପରେ ଅଟଳ ଅବସ୍ଥାରେ ରଖିବା ସକାଶେ ପାଳ,କୁଟା,ଖଜୁରୀ ପତ୍ର ବା ଛିଂଡାକନା ନିର୍ମିତ ଶୂନ୍ୟମଧ୍ୟ ଗୋଲାକାର ଗଦି,ବଇଠି,ମଳା l
ଅଇରି
ବି. ଅରି ,ଶତ୍ରୁ;କୌଣସି ପ୍ରାଣୀ ପକ୍ଷରେ ଅସହ୍ୟ ବା ମାରାତ୍ମକ ଅନ୍ୟ କୌଣସି ପ୍ରାଣୀ ବା ବସ୍ତୁ l ଦୃ : ନେଉଲ୍ ମୁସା ନାଗ୍ସାପର୍ ଅଇରି l
ଅଉଲ୍
ବିଂ. ଭଲ,ଉପଯୁକ୍ତ,ଶ୍ରେଷ୍ଠ,ଖାଂଟି,ପ୍ରଥମ ଶ୍ରେଣୀୟ l ଦୃ: ଅଉଲ୍ ବାହାଲ୍ ଜମିନ୍ l
ଅଉସା
ବିଂ.ଅଂକୁଶ
ଅଏଁଛ୍ବା
କ୍ରିଂ.ଦୁଇ ହାତରେ ଧରିହେବା ପାଳକୁ ଗୋଛାଇ କୁଟା ପାଳ ଅଲଗା କରିବା ସକାଶେ ଝାଡି ବିଡା ବାଂନ୍ଧିବା l
ଅଏଁଛା
୧.ବି. ପୂଜା ପରେ ଗୁଣିଆ ଭୂତକୁ ନେଇ ନିଭୃତ ସ୍ଥାନରେ ଛାଡିବା l ୨. ବି. ‘ଅଏଁଛବା’ର ବିଶେଷଣ ଦୃ: ଅଏଁଛା ପୁଆଲ୍ l
ଅଏଁଠା
ବିଂ. ଉଚ୍ଛିଷ୍ଠ,ଅଇଁଠା l
ଅଏଠାଁଖିଆ
ବିଂ.ଯେ ଅନ୍ୟର ଭୁକ୍ତାବଶେଷ ଖାଏ,ପରାଶ୍ରିତ (ବ୍ୟକ୍ତି) l
ଅଏଁଠାଚଟା
ବିଂ.ଯେ ଅନ୍ୟର ଅଇଁଠା ଚାଟେ,ଦୀନହୀନ(ବ୍ୟକ୍ତି),ପରାଶ୍ରୟୀ,ନିଜସ୍ୱତାହୀନ ବ୍ୟକ୍ତି l
ଅଏତି
ବିଂ. ଅହିଅ ,ସଧବା l
ଅଏଧ୍କା
ବିଂ.ଅଧିକା,ଅବଶିଷ୍ଟ,ବଳକା l
ଅଏର୍ସା
ବିଂ.ଆରିସାପିଠା l
ଅଏଧ୍କା ଟୁଁଡା
ଅନାବଶ୍ୟକ ଭାବରେ ଅଧିକ କଥା କହୁଥିବା ବ୍ୟକ୍ତି (ସ୍ତ୍ରୀ.ଅଏଧ୍କାଟୁଁଡି) l
ଅଏନ୍
ବିଂ. ଅନନ୍ୟ,ଭଲ.ସୁନ୍ଦର,ଟଉଲ l
ଅଏବଏ
ବିଂ.ଅଯଥା ଖର୍ଚ୍ଚ,ନଷ୍ଟ l
ଅଏଁରା
ଅଇରା’ ଦେଖ l
ଅଏରି
୧.”ଅଇରି’ ଦେଖ l ୨.ବି. ନିୟମିତ ଦୁଗ୍ଧ ଆଦି ଯୋଗାଇବା କର୍ମ l
ଅଏରି ଧର୍ବା